ଝାରସୁଗୁଡା: ଢୁନଢୁନ ଛକରେ ଫୋନ ପେ ମାଧ୍ୟମରେ ଦୋକାନୀ ଙ୍କୁ ଠକୁଥିବା ୨ ଅଭିଯୁକ୍ତଙ୍କୁ ପୋଲିସ ନିକଟରେ ଜିମା
ଝାରସୁଗୁଡା ଜିଲ୍ଲା ବନହରପାଲି ଥାନା ଅନ୍ତର୍ଗତ ଢୁନଢୁନ ଛକରେ ଫୋନ ପେ ମଧ୍ୟରେ ଦୋକାନୀ ଙ୍କୁ ଠକୁଥିବା ୨ ଅଭିଯୁକ୍ତ ଙ୍କୁ ପୋଲିସ ନିକଟରେ ଜିମାଦେଲେ ସ୍ଥାନୀୟ ଲୋକେ l ଢୁନଢୁନ ଛକର ଜଣେ ଜଳଖିଆ ଦୋଳାନୀକୁ ଏକ ଟଙ୍କା ଫୋନ୍ପେ କରି ୪ ହଜାର ଟଙ୍କା ନେଉଥିବା ସମୟରେ ସ୍ଥାନୀୟ ଦୋକାନୀମାନେ ଏହି ଦୁଇ ଜଣ ଅଭିଯୁକ୍ତ ଙ୍କୁ କାବୁ କରିଥିଲେ l ଏନେଇ ଅଭିଯୋଗ ମିଳିବା ପରେ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରାଯାଇଥିବା ବନହରପାଲି ପୋଲିସ ଆଜି ରାତି ୯ ଟାରେ ସୂଚନା ଦେଇଛି l