ଆଜି ବିର୍ସା ମଏଦାନ,ପିଏଚ୍ଡ଼ି ପଡ଼ିଆ,ଅଏଁଠାପାଲି,ସମ୍ବଲ୍ପୁର ଠାରେ ଆସନ୍ତା ୧୫ ନଭେମ୍ବର ରୁ ୨୧ ନଭେମ୍ବର ପର୍ଯ୍ୟନ୍ତ ହେବାକୁ ଥିବା 'ସମ୍ବଲପୁର ମହୋତ୍ସବ୍-୨୦୨୫' ର ଆୟୋଜନ ପାଇଁ ଭୂମି ପୂଜନ,ଶୁଭ ସ୍ତମ୍ଭ ସ୍ଥାପନ ଓ ଧ୍ବଜାରୋହଣ କରାଯାଇଛି। ପଣ୍ଡିତ ଅଜିତ୍ ମିଶ୍ର ଏହାର ପୌରହିତ୍ୟ କରିଥିବା ବେଳେ ସମ୍ବଲପୁର ମହୋତ୍ସବ ଆୟୋଜନ କମିଟୀ ର ସଦସ୍ୟ ଓ ସମ୍ବଲପୁର ସାଂସ୍କୃତିକ ସମାଜର କର୍ମକର୍ତ୍ତାମାନେ ଉପସ୍ଥିତ ଥିଲେ। ପଡ଼ିଆକୁ ଅଗୁର ଜଳରେ ପବିତ୍ର କରି ଶୁଭ ସ୍ତମ୍ଭ ସ୍ଥାପନ କରି ଧ୍ବଜା ରୋପଣ କରାଯାଇଥିଲା। ଏହା ସହ ପଡ଼ିଆରେ ମନ୍ହରି ହାଟ,ବ୍ୟବସାୟିକ ଷ୍ଟଲ୍ ଓ ମୀନା ବଜାର ପାଇଁ ଟେଣ୍