କୁଚିଣ୍ଡା ଜମନକିରା ମୁଖ୍ୟ ରାସ୍ତା ସ୍ଥିତ ତୁଲୁବ ବ୍ରିଜ ଠାରେ ବାଇକ୍ ଦୁର୍ଘଟଣାରେ ୨ ଜଣ ବାଇକ୍ ଆରୋହୀ ଗୁରୁତର ଆହତ ହୋଇଥିବା ବେଳେ ତାଙ୍କୁ ଉଦ୍ଧାର କରି କୁଚିଣ୍ଡା ଡାକ୍ତରଖାନା ରେ ଭର୍ତ୍ତି କରାଯାଇଛି। କୌଣସି ବସ୍ ତାଙ୍କୁ ଧକ୍କା ଦେଇ ଫେରାର ମାରିଥିବା ବେଳେ ବାଇକ୍ ଆରୋହୀଙ୍କ ମୁଣ୍ଡ ଓ ମୁହଁରେ ଗଭୀର ଆଘାତ ଲାଗି ପ୍ରଚୁର ରକ୍ତସ୍ରାବ ହେଉଥିବା ଦେଖାଇଛି। ବୁଧବାର ସନ୍ଧ୍ୟା ରେ ଏହି ଦୁର୍ଘଟଣା ଘଟିଥିବା ବେଳେ ଉଭୟ ଙ୍କୁ ଉଦ୍ଧାର କରି ସନ୍ଧ୍ୟା ୭ ଟାରେ କୁଚିଣ୍ଡା ଡାକ୍ତରଖାନା ରେ ଭର୍ତ୍ତି କରାଯାଇଛି। ଆହତଙ୍କ ପରିଚୟ ମିଳିନାହିଁ।