ଅନୁଗୋଳ ଜିଲ୍ଲା ଅନୁଗୋଳ ଥାନା ଅନ୍ତର୍ଗତ ଅନୁଗୋଳ ଥାନା ଅଞ୍ଚଳର ଜଣେ ନାବାଳିକାଙ୍କୁ ଅସଦାଚରଣ କରିଥିବା ନେଇ ନାବାଳିକାଙ୍କ ପରିବାର ପକ୍ଷରୁ ଅନୁଗୋଳ ଥାନାରେ ଅଭିଯୋଗ ହୋଇଥିଲା।ଅଭିଯୋଗକୁ ଭିତ୍ତି କରି ପୋଲିସ ଆଜି ଠାକୁରଗଡ଼ ଥାନା ଅଞ୍ଚଳରୁ ଜଣେ ବ୍ୟକ୍ତିଙ୍କୁ ଗିରଫ କରିଛି। ଗିରଫ ବ୍ୟକ୍ତିଙ୍କ ନାମ ଡମ୍ବରୁଧର ବେହେରା ବୋଲି ଅନୁଗୋଳ ପୋଲିସ ପକ୍ଷରୁ ରବିବାର ରାତି ନଅଟା ବେଳେ ସୂଚନା ମିଳିଛି।