ଗତ ୨୯ ଅଗଷ୍ଟରେ ସ୍ଥାନୀୟ ଧନୁପାଲି ଥାନାଞ୍ଚଳର ଭତରା ପେଟ୍ରୋଲ ପମ୍ପ ସମ୍ମୁଖରେ ଏକ ଆକ୍ଟିଭା ଗାଡିକୁ ମାଲିକ ତାଲା ଦେଇ ରଖିଥିବା ବେଳେ ତାହା ଚୋରି ହୋଇଯାଇଥିଲା । ଏଣୁ ସେ ଧନୁପାଲି ଥାନାରେ ଅଭିଯୋଗ କରିବାରୁ ଏକ ମାମଲା ରୁଜୁ କରାଯାଇ ପୁଲିସ ଘଟଣାର ତଦନ୍ତ ସମୟରେ ଗୋଲବଜାର ନିବାସୀ ଶ୍ରୀକାନ୍ତ ସାହୁ ଓରଫ କାଲିଆ ନାମକ ଯୁବକଙ୍କ ନିକଟରୁ ଚୋରି ଗାଡି ଉଦ୍ଧାର କରିଥିଲା । ଏଣୁ ଯୁବକଙ୍କୁ ଗିରଫ କରି ଅଦାଲତକୁ ଚାଲାଣ କରିଥିଲା । ଏହି ମାମଲାର ଶୁଣାଣି ଏସଡିଜେଏମ ଅଦାଲତ ସମ୍ବଲପୁରରେ ବିଚାରପତି ଶୁଭଙ୍କର ମହାପାତ୍ର କରୁଥିବା ବେଳେ ସେ ସମସ୍ତ ସାକ୍ଷ୍ୟ ଓ ଅନ୍ୟାନ୍ୟ କାଗଜପତ୍ର ଯାଞ୍ଚ ପରେ