ପୋଲସରା: କଣଛାଇ,ବନ୍ଥପଲ୍ଲୀ,ଖଣ୍ଡୁରୁ,ପାଣ୍ଡିରୀପଡା ଭଳି ବିଭିନ୍ନ ପଞ୍ଚାୟତ ରେ ଆୟୋଜିତ ଆଭାସୀ କାର୍ଯ୍ୟକ୍ରମ ରେ ଯୋଗଦେଲେ ଲୋକେ
ଗଞ୍ଜାମ ଜିଲ୍ଲା ପୋଲସରା ବ୍ଲକ କଣଛାଇ,ବନ୍ଥପଲ୍ଲୀ,ଖଣ୍ଡୁରୁ, ପାଣ୍ଡିରୀପଡା ଭଳି ବିଭିନ୍ନ ପଞ୍ଚାୟତ ରେ ଆଭାସୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଭୁବନେଶ୍ୱର ସ୍ଥିତ ଲୋକ ସେବା ଭବନ ଠାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଙ୍କ ଦ୍ୱାରା ଭିତ୍ତିପ୍ରସ୍ତର ଦେଇଥିବା ରାଜ୍ୟ 471 ଟି ନୂତନ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ଏବଂ ଅନ୍ତ୍ୟୋଦୟ ଗୃହ ଯୋଜନାରେ ହିତାଧିକାରୀଙ୍କୁ ପ୍ରଥମ କିସ୍ତି ଅର୍ଥ ରାଶି ପ୍ରଦାନ କାର୍ଯ୍ୟକ୍ରମ ରେ ଆଭାସୀ ମାଧ୍ୟମରେ ଲୋକେ ଯୋଡି ହୋଇଛନ୍ତି l