ଅନୁଗୋଳ ଜିଲ୍ଲା ବିକ୍ରମପୁର ଥାନା ଅନ୍ତର୍ଗତ ବଉଳପୁର ଗ୍ରାମ ନିକଟରେ ଜଣେ ମହିଳାଙ୍କ ବେକରୁ ସୁନା ଚେନ ଲୁଟ ହୋଇଛି। ମହିଳା ଜଣଙ୍କ ଚିତ୍କାର କରିବାରୁ ସ୍ଥାନୀୟ ଲୋକମାନେ ଦୁବୃର୍ତ୍ତକୁ ଧରି ନିର୍ଘାତ ମାଡ଼ ମାରିଥିବା ସହ ପୋଲିସକୁ ଜିମା ଦେଇଥିବା ସୂଚନା ମିଳିଛି। ସରସ୍ଵତୀ ପରିଡ଼ା ନାମକ ଜଣେ ମହିଳା ସ୍କୁଟିରେ ଯାଉଥିବା ବେଳେ ଦୁବୃର୍ତ୍ତ ମାନେ ପଛରୁ ଆସି ଦୁଇଟି ସୁନା ଚେନ ଛଡାଇ ନେଉଥିବା ଜଣା ପଡ଼ିଛି।