କୁଚିଣ୍ଡା ବ୍ଲକ ଅନ୍ତର୍ଗତ ଭୁଲୁପଡ଼ା ଠାରେ, ମନ୍ତ୍ରୀ ରବି ନାଏକଙ୍କ ଦ୍ଵାରା ଗନମୁଣ୍ଡା ଛତାବର ରାସ୍ତାର ଭିତ୍ତି ପ୍ରସ୍ତର ସ୍ଥାପନ କରାଯାଇଥିବା ଜଣାପଡିଛି। 'ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନା' ଅନ୍ତର୍ଗତ ବାଉରୀଗୁଡା ଓ ଅର୍ଡାବାହାଲ ପଞ୍ଚାୟତକୁ ସନ୍ଯୋଗ କରୁଥିବା ଗନମୁଣ୍ଡା ଠାରୁ ନାଗଡିହି ଲସରାଟାଙ୍ଗର ଦେଇ ଛତାବର ପର୍ଯ୍ୟନ୍ତ ପ୍ରାୟ ୬ କିଲୋମିଟର ପିଚୁ ରାସ୍ତାର ନିର୍ମାଣ କରାଯିବ। ଶନିବାର ଦିନ ଭୁଲୁପଡ଼ା ଠାରେ ଏହାର ଉଦଘାଟନୀ ଉତ୍ସବ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିବା ବେଳେ ମନ୍ତ୍ରୀ ରବି ନାରାୟଣ ନାଏକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏହାର ଭିତ୍ତିପ୍ରସ୍ତର ସ୍ଥାପନ କରିଥି