ଲାଞ୍ଜିଗଡ: ଗ୍ରୀନ୍ କଲେଜ ଓଡିଶା ଓ କୃଷି ଉତ୍ପାଦନ କ୍ଳଷ୍ଟର ପ୍ରକଳ୍ପ ପକ୍ଷରୁ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ।
ଲାଞ୍ଜିଗଡ଼ ବ୍ଲକ ସମ୍ମିଳନୀ କକ୍ଷରେ ଗ୍ରୀନ କଲେଜ ଓଡିଶା ଭୁବନେଶ୍ୱର ପ୍ରଦାନ ସଂସ୍ଥା ପକ୍ଷରୁ ମହିଳା ଚାଷୀଙ୍କ ଆୟକୁ ଦ୍ୱିଗୁଣିତ କରିବା ଉଦ୍ଦେଶ୍ୟରେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଜନ ସାହାଯ୍ୟ ସମ୍ପାଦିକା ଅନ୍ୱେଶିତା ସାମଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଲାଞ୍ଜିଗଡ଼ ବିଡ଼ିଓ ଶଶାଙ୍କ ପାତ୍ର ଯୋଗଦେଇ ଥିବା ବେଳେ ସମ୍ମାନିତ ଅତିଥି ଭାବେ ଏଏଚ୍ଓ ଅନନ୍ତ ନାରାୟଣ ପଣ୍ଡା, ପ୍ରମୁଖ ଉପସ୍ଥିତ ଥିଲେ।