ବ୍ରଜରାଜନଗର ଥାନା ଗାନ୍ଧିଛକ ଫାଣ୍ଡି ଅନ୍ତର୍ଗତ ଆମଦରହ -ଜୁନାନୀମୁଣ୍ଡା ରାସ୍ତାରେ ହୋଇଥିବା ଲୁଟ ଘଟଣାରେ ୨ ଗିରଫ l ଗତକାଲି ଅପରାହ୍ନରେ ରାଜପୁର କଟାପାଲି ର ମନବୋଧ ପଣ୍ଡା ଙ୍କ ଠାରୁ ଏକ ମୋବାଇଲ ଓ ୨୦ ହଜାର ଟଙ୍କା ୩ ଜଣ ଲୁଟେରା ଲୁଟି ନେଇଥିଲେ l ଏନେଇ ଅଭିଯୋଗ ମିଳିବା ପରେ ପୋଲିସ ତଦନ୍ତ କରି ୨ଜଣ ଲୁଟେରା କୁ ଗିରଫ କରିବା ସହିତ ତାଙ୍କ ଠାରୁ ୧୭,୨୦୦ ଟଙ୍କା ,ମୋବାଇଲ ଫୋନ, ବାଇକ ଜବତ କରିଛି l ଅଭିଯୁକ୍ତ ମାନେ ମୁଣ୍ଡାପଡା ର ମଣ୍ଟୁ ଲୁହର ଓ କୁନାଲ ଲୁହାର ହୋଇଥିବାବେଳେ ଏହି ଘଟଣାରେ ସଂପୃକ୍ତ ଆଉ ଜଣେ ଅଭିଯୁକ୍ତ ଫେରାର ଥିବାନେଇ ଆଜି ଶୁକ୍ରବାର ରାତି ୮ ଟାରେ ପୋଲିସ ପକ୍ଷ