ଲାଞ୍ଜିଗଡ: ବାତ୍ୟା ମୋନ୍ଥା ପାଇଁ ଇନ୍ଦ୍ରାବତୀଜଳଭଣ୍ଡାରମଧ୍ୟରେ ଥିବା ପୋଡାପଦର ପଞ୍ଚାୟତ ପ୍ରତି କୌଣସି ବ୍ୟବସ୍ଥା ନଥିବା ନେଇ ଅଞ୍ଚଳବାସୀଙ୍କ ପ୍ରତିକ୍ରିୟା
ଟଳି ଯାଇଛି ବାତ୍ୟା ମୋନ୍ଥା'ର ବିପଦ। ଏହି ମୋନ୍ଥା ପାଇଁ କଳାହାଣ୍ଡି ରେ ପ୍ରବଳ ବର୍ଷା ସମ୍ଭାବନା ଥିଲା। ଯେଉଁଥିପାଇଁ ପାଣ ପାଗ ବିଭାଗ ପକ୍ଷରୁ କଳାହାଣ୍ଡିକୁ ରେଡ୍ ଏବଂ ଅରେଞ୍ଜ ଓ୍ଵାର୍ନିଂ ଦିଆଯାଇଥିଲା। ଏଥିପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଲୋକଙ୍କ ସୁରକ୍ଷା ପାଇଁ ଗୁରୁତ୍ବ ଦିଆଯାଇଥିଲା। କିନ୍ତୁ ପରିତାପର ବିଷୟ ଇନ୍ଦ୍ରାବତୀ ଜଳଭଣ୍ଡାର ମଧ୍ୟରେ ଥିବା ପୋଡାପଦର ପଞ୍ଚାୟତ ପାଇଁ କୌଣସି ବ୍ୟବସ୍ଥା ନଥିବା ନେଇ ବୁଧବାର ଅପରାହ୍ନରେ ଗଣମାଧ୍ୟମ ନିକଟରେ ପ୍ରତିକ୍ରିୟା ରଖିଛନ୍ତି ଅଞ୍ଚଳବାସୀ।