କେନ୍ଦୁଝର ସହର: ଟୋପାଡିହି ନିକଟରେ ରାସ୍ତା ଖାଲରେ ପସିଲା ବସ୍ ଚକ, ଯାତାୟାତ ପ୍ରଭାବିତ
ରୁଗୁଡି ଥାନା ଅନ୍ତର୍ଗତ ୫୨୦ ନମ୍ବର ଜାତୀୟ ରାଜପଥର ଟୋପାଡିହି ନିକଟରେ ଆଜି ଏକ ଯାତ୍ରୀବାହୀ ବସ ବଡବିଲ ଅଭିମୁଖେ ଆସୁଥିବା ବେଳେ ଜାତୀୟ ରାଜପଥରେ ଥିବା ଏକ ବିରାଟ ଗାତ ଭିତରେ ତାର ଚକ ପସି ଯାଇଥିଲା। ଫଳରେ ବସର ପଛଭାଗ କ୍ଷତିଗ୍ରସ୍ତ ହୋଇଥିବା ବେଳେ ଦୀର୍ଘ ସମୟ ଧରି ବସ ସେଠାରେ ଅଟକି ରହିଥିଲା। ଯାହା ଫଳରେ ଯାତାୟାତ ପ୍ରଭାବିତ ହୋଇଥିବା ବେଳେ ଯାତ୍ରୀଙ୍କୁ ହଇରାଣ ହେବାକୁ ପଡିଥିଲା।