ସମ୍ବଲପୁରର ଟାଉନ ଥାନାଞ୍ଚଳରେ ରହୁଥିବା ଜଣେ ମହିଳା ବିଟ କଏନ ବିନିଯୋଗ ଆଳରେ ସାଇବର ଠକେଇର ଶିକାର ହୋଇଛନ୍ତି । ଟାଉନ ଥାନାରେ ହୋଇଥିବା ଅଭିଯୋଗ ଅନୁଯାୟୀ, ପୁଲିସ ବିଭାଗରେ କାର୍ଯ୍ୟରତ ଜଣେ କର୍ମଚାରୀଙ୍କ ପତ୍ନୀଙ୍କୁ ଟେଲିଗ୍ରାମ ସାମାଜିକ ଗଣମାଧ୍ୟମ ଜରିଆରେ ବିଟ କଏନରେ ଟଙ୍କା ବିନିଯୋଗ କରିଲେ ଅଧିକ ଲାଭ ମିଳିବ ବୋଲି ସୁଚନା ଆସିଥିଲା । ଏଣୁ ମହିଳା ଜଣକ ୭ଟି ପର୍ଯ୍ୟାୟରେ ସମୁଦାୟ ୩୫ ହଜାର ୯୯୯ ଟଙ୍କା ପଇଠ କରିଥିବା ବେଳେ ସେ କୌଣସି ଲାଭ ପାଇ ନ ଥିଲେ । ଏଣୁ ସେ ସାଇବର ଠକେଇର ଶିକାର ହୋଇଥିବାର ଜାଣି ଟାଉନ ଥାନାରେ ଲିଖିତ ଅଭିଯୋଗ କରିବାରୁ ଏକ ମାମଲା ରୁଜୁ କରି ପୁଲିସ ଘଟଣାର ତ