ଦେବଗଡ ଜିଲ୍ଲାର ପ୍ରସିଦ୍ଧ ବାରକୋଟ ସାର୍ବଜନୀନ କାଳୀପୂଜା ମହୋତ୍ସବ ଶୁଭାରମ୍ଭ ହୋଇଛି । ସୋମବାର ଅପରାହ୍ନରେ କଳସଯାତ୍ରା ଏବଂ ଅଧିବାସ କରାଯାଇଥିଲା । ସ୍ଥାନୀୟ ବ୍ରାହ୍ମଣୀ ନଦୀରୁ ଏକ ବିରାଟ କଳସ ଶୋଭାଯାତ୍ରା ବାହାରିଥିବା ବେଳେ ଭକ୍ତ ମାନେ ପୁଜା ମଣ୍ଡପରେ ପୂଣ୍ଣ କଳସୀ ସ୍ଥାପନ କରିଥିଲେ । ରାତି ପ୍ରାୟ ୧୧ ଟାରେ ଶ୍ୟାମାକାଳୀଙ୍କର ପୂଜାର୍ଚ୍ଚନା ଆରମ୍ଭ ହୋଇଥିଲା । ଆସନ୍ତା ୩୦ ତାରିଖ ପର୍ଯ୍ୟନ୍ତ କାଳୀପୂଜା ମହୋତ୍ସବ ଚାଳିବ ଏବଂ ୩୧ ତାରିଖ ଘଟ ବିସର୍ଜନ କରାଯିବ ।