ଡାବୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ 18 ଘଣ୍ଟା ପଡିରହିଲା ଦୁର୍ଘଟଣା ରେ ପ୍ରାଣ ହରାଇଥିବା କେରଣ୍ଡି ଗାଁ ର ଜଣେ ବ୍ୟକ୍ତିଙ୍କ ଶବ, ନବରଙ୍ଗପୁର ଜିଲ୍ଲା ଡାବୁଗାଁ ଥାନା ଅନ୍ତର୍ଗତ କେରଣ୍ଡି ଗ୍ରାମରେ ଶୁକ୍ରବାର ରାତ୍ର ୯ ଘଣ୍ଟ ସମୟରେ ବାଇକ୍ ଦୁର୍ଘଟଣାରେ ଜଣେ ମୃତ୍ୟୁବରଣ କରିଥିବା ବେଳେ ଅନ୍ୟଜଣେ ଗୁରୁତର ଆହତ ହୋଇଛନ୍ତି। ମୃତ ବ୍ୟକ୍ତି ଜଣକ କେରଣ୍ଡି ଗ୍ରାମର ଲୋକନାଥ ନାୟକ (୪୦) ବୋଲି ଜଣା ପଡିଛି। ଏ ନେଇ ପରିବାର ଲୋକେ ଡାବୁଗାଁ ଥାନାରେ ଏତଲା ଦେବା ପରେ ପୁଲିସ ଏକ ମାମଲା ରୁଜୁ କରି ଶବ ଜବତ କରି ଛନ୍ତି। ତେବେ 18 ଘଣ୍ଟା ପରେ ତାଙ୍କ ଶବ ବ୍ୟବଛେଦ ହେଇଛି