ଆଜି ଝାରସୁଗୁଡା ପୌରପରିଷଦ ଅନ୍ତର୍ଗତ ପୁରୁନାବସ୍ତି ଠାରେ ସରକାରୀ ଉଚ୍ଚ ବିଦ୍ୟାଳୟରେ ନୂତନ ଶ୍ରେଣୀ ଗୃହର ଶୁଭ ଉଦ୍ଘାଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି l ଆଜି ଅପରାହ୍ନ ପ୍ରାୟ ୧୨ ଟା ୩୦ ରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଓଡ଼ିଶା ସରକାରଙ୍କ ଆଇନ,ପୂର୍ତ୍ତ ଓ ଅବକାରୀ ବିଭାଗର ମାନ୍ୟବର ମନ୍ତ୍ରୀ ପୃଥିବିରାଜ ହରିଚନ୍ଦନ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ନୂତନ ଶ୍ରେଣୀ ଗୃହର ଶୁଭ ଉଦ୍ଘାଟନ କରିଛନ୍ତି l ଏହି ନୂତନ ଶ୍ରେଣୀ ଗୃହ ପାଇଁ ସମସ୍ତ ଛାତ୍ର ଛାତ୍ରୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି ମନ୍ତ୍ରୀ l ଏହି ଅବସର ରେ ଝାରସୁଗୁଡା ବିଧାୟକ, ଝାରସୁଗୁଡା ଜିଲ୍ଲା ଶିକ୍ଷା ଅଧିକାରୀ, ବିଦ୍ୟାଳୟ