କୁଚିଣ୍ଡା ବ୍ଲକ ଅନ୍ତର୍ଗତ କିଣ୍ଡିରା ଠାରେ ଏକ ଦନ୍ତା ହାତୀ ବୁଲୁଥିବା ବେଳେ ଏହାର ଏକ ଭିଡିଓ ଭାଇରାଲ୍ ହେବା ପରେ ଲୋକଙ୍କ ମଧ୍ୟରେ ଭୟର ବାତାବରଣ ଦେଖାଯାଇଛି। ସୂଚନା ମୁତାବକ ବର୍ତ୍ତମାନ ଧାନ ଅମଳ ସମୟ ଥିବା ବେଳେ ବଣୁଆ ହାତୀ ଜଙ୍ଗଲରୁ ବାହାରି ଧାନ ଫସଲ ଖାଇ ଦେଉଛନ୍ତି। ଏହି କ୍ରମରେ କିଣ୍ଡିରା ଅଞ୍ଚଳରେ ଏକ ଦନ୍ତା ହାତୀ ବୁଲୁଥିବା ବେଳେ କେତେକ ବ୍ୟକ୍ତି ଏହାର ଭିଡିଓ ଉତ୍ତୋଳନ କରି ସାମାଜିକ ଗଣମାଧ୍ୟମରେ ଭାଇରାଲ କରିଛନ୍ତି। ହାତୀ ଉପସ୍ଥିତି ନେଇ ଅଞ୍ଚଳବାସିଙ୍କ ମଧ୍ୟରେ ଭୟ ଦେଖାଦେଇଥିବା ବେଳେ ଶନିବାର ରାତିରେ ବନ ବିଭାଗ ପକ୍ଷରୁ ହାତୀର ଗତିବିଧି ଉପରେ ନଜର ରଖାଯାଇଛି।