ଅନୁଗୋଳ: ଜିଲ୍ଲା କାର୍ଯ୍ୟାଳୟ ପରିସରରେ ଡିଏମଏଫ୍ ଟ୍ରଷ୍ଟ ବୋର୍ଡର ବୈଠକ; ପ୍ରତିକ୍ରିୟା ରଖିଲେ ଅନୁଗୋଳ ଜିଲ୍ଲାପାଳ
Anugul, Angul | Sep 16, 2025 ଅନୁଗୋଳ ଜିଲ୍ଲା ଅନୁଗୋଳ ଥାନା ଅନ୍ତର୍ଗତ ଜିଲ୍ଲା କାର୍ଯ୍ୟାଳୟ ପରିସରରେ ଆଜି ଜିଲ୍ଲା ଖଣିଜ ପାଣ୍ଠିର ଟ୍ରଷ୍ଟ ବୋର୍ଡ ଗଠନ ହୋଇଛି। ଏହି ବୋର୍ଡ ଗଠନ ପରେ ଏହା ହେଉଛି ପ୍ରଥମ ବୈଠକ। ଏଥିରେ ଅନୁଗୋଳ ଜିଲ୍ଲାପାଳ, ତାଳଚେର ଉପ ଜିଲ୍ଲାପାଳ, ଆଠମଲ୍ଲିକ ବିଧାୟକଙ୍କ ସହିତ ବହୁ ବିଜେପି ଓ ବିଜେଡ଼ି ଦଳର ନେତା ମାନେ ଯୋଗ ଦେଇଥିଲେ।