ଦଶପଲ୍ଲା: ଏନ୍ଏସି ଅନ୍ତର୍ଗତ ଗାନ୍ଧୀ ମଇଦାନ ଠାରେ ବିଷୁବ ମିଳନ ଓ ବିପ୍ଳବୀ ଗୋବିନ୍ଦ ଚନ୍ଦ୍ର ଦାସଙ୍କ ଶ୍ରାଦ୍ଧୋତ୍ସବ ପାଳିତ
ଦଶପଲ୍ଲାର ଅଗ୍ରଣୀ ସାହିତ୍ୟ ଓ ସଂସ୍କୃତି ସମ୍ପନ୍ନ ଅନୁଷ୍ଠାନ 'ଗଠନ' ପରିବାର ଆନୁକୂଲ୍ୟରେ ଏନ୍ଏସି ଅନ୍ତର୍ଗତ ଗାନ୍ଧୀ ମଇଦାନ ଠାରେ 'ବିଷୁବ ମିଳନ ' ଏବଂ ବିପ୍ଳବୀ ଗୋବିନ୍ଦ ଚନ୍ଦ୍ର ମିଶ୍ରଂକ ୫୮ତମ ଶ୍ରାଦ୍ଧ ବାର୍ଷିକୀ ରବିବାର ଦିନ ରାତି ୮ ଟା ସମୟରେ ପାଳିତ ହୋଇ ଯାଇଛି। କବି କଳାଚାନ୍ଦ ତଥା ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ରଘୁନାଥ ସାହୁ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ | କବି ଗିରିଶ୍ ରଂଜନ ଅତିଥି ପରିଚୟ ପ୍ରଦାନ କରିଥିଲେ। ସଂପାଦକ ପ୍ରଶାନ୍ତ କୁମାର ସାହୁ ବିବରଣୀ ପ୍ରଦାନ କରିଥିଲେ।