ବୁଧବାର ଥୁଆମୁଳ ରାମପୁର ବ୍ଲକ ସଦର ମହାକୂମାର ସାପ୍ତାହିକ ବଜାର ପାଳି । ପୁଣି ଏହି ବଜାର ଟୋକି ପର୍ବ ପାଇଁ ଅଂଚଳବାସୀଙ୍କ ପାଇଁ ଗୁରୁତ୍ବପୂର୍ଣ ବଜାର । ତେଣୁ ଏକ ଅଟୋ ଯୋଗେ ସିରମସ୍କା ପଂଚାୟତ ଅଧୂନସ୍ତୁ ନିଚେମସ୍କା ଏବଂ କନ୍ଦାଝାପି ଗ୍ରାମର କିଛି ଲୋକ ଦିନ ୧୧ଟା ବେଳେ ଗୁଣପୁର ଥୁଆମୁଳ ରାମପୁର ମୁଖ୍ୟ ରାସ୍ତା ଦେଇ ଥୁଆମୁଳ ରାମପୁର ସାପ୍ତାହିକ ବଜାରକୁ ଆସୁଥିଲେ । ଏହି ସମୟରେ ଗୁଣପୁର ପଟରୁ ଥୁଆମୁଳ ରାମପୁର ପଟକୁ ଆସୁଥିବା ଏକ ଅଜଣା ୪୦୭ ଗାଡି ପାଲଜୋର ନିକଟରେ ଅଟୋକୁ ପଛପଟରୁ ଧକ୍କା ଦେଇଥିଲା । ଫଳରେ ଅଟୋଟି ରାସ୍ତା ଉପରେ ଓଲଟି ପଡିବାରୁ ୯ ଜଣ ଗୁରୁତର ହେଇଛନ୍ତି।