ପୁର୍ବତଟ ରେଳପଥ ଅନ୍ତର୍ଗତ ସମ୍ବଲପୁର ରେଳ ମଣ୍ଡଳର ସମ୍ବଲପୁର – ସରଲା ଷ୍ଟେସନ ମଧ୍ୟରେ ଆଧୁନିକୀକରଣ ଓ ନିରାପତ୍ତା ସମ୍ବନ୍ଧୀୟ କାର୍ଯ୍ୟ ଜାରି ରହିଛି । ଏଣୁ କିଛି ରେଳଗାଡି ଗୁଡିକର ଯାତ୍ରା ପଥ ପରିବର୍ତ୍ତନ ଓ ବାତିଲ କରାଯାଇଛି । ରେଳଗାଡି ସଂଖ୍ୟା ୫୮୨୧୩ ଟିଟିଲାଗଡ – ବିଲାସପୁର ପାସେଞ୍ଜର ୪ ଜାନୁଆରୀରୁ ୬ ଜାନୁଆରୀ, ୫୮୨୧୪ ବିଲାସପୁର – ଟିଟିଲାଗଡ ପାସେଞ୍ଜର ୩ ତାରିଖରୁ ୫ ତାରିଖ, ୫୮୨୧୭ ଟିଟିଲାଗଡ – ରାୟପୁର ପାସେଞ୍ଜର ୩ ତାରିଖରୁ ୫ ତାରିଖ, ୫୮୨୧୮ ରାୟପୁର – ଟିଟିଲାଗଡ ପାସେଞ୍ଜର ୪ ରୁ ୬ ତାରିଖ ପର୍ଯ୍ୟନ୍ତ ଚଳାଚଳ ବାତିଲ ରହିବ । ସେହିଭଳି ରେଳଗାଡି ସଂଖ୍ୟା ୧୮୧୨୮ ରାଉରକେ