ଦେବଗଡ ଜିଲ୍ଲା ବାରକୋଟ ବ୍ଲକ କଲା ଗ୍ରାମରେ ଆୟୋଜିତ ଜିଲ୍ଲାସ୍ତରୀୟ ଦ୍ୱିଦିବସୀୟ ଫୁଟବଲ ଟୁର୍ଣ୍ଣାମେଂଟ ରବିବାର ସନ୍ଧ୍ୟା ପ୍ରାୟ ୫ ଟାରେ ଉଦଯାପିତ ହୋଇଯାଇଛି । ଟୁର୍ଣ୍ଣାମେଂଟରେ ସମୁଦାୟ ଆଠଟି ଦଳ ଅଂଶ ଗ୍ରହଣ କରିଥିଲେ । ଫାଇନାଲ ମ୍ୟାଚ ରମ୍ଭାଦେବି ଝିକିମିକି ଦଳ ଏବଂ ଜେଏମଡବ୍ଲୁ ୧୧ ଷ୍ଟାର କେଲଡା ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ରମ୍ଭାଦେବି ଝିଲିମିକି ଦଳ ଟାଇବ୍ରେକର ଯୋଗେ ବିଜୟ ହାସଲ କରି ଚମ୍ପିୟାନ ହୋଇଥିଲେ ।