ନୂଆ ରୂପରେ ଝଲସିବ ଘଟଗାଁ ମା ତାରିଣୀ ପୀଠ ରବିବାର ୭ତାରିଖ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଘଟଗାଁ ଗସ୍ତରେ ଆସି ମା' ତାରିଣୀ ସମନ୍ବିତ ବିକାଶ ପ୍ରକଳ୍ପର ଶିଳାନ୍ୟାସ କରିବେ । ଏଥିପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ୩୦୦କୋଟି ଟଙ୍କା ବ୍ୟୟ ଅଟକଳରେ ଏହି ପରିକ୍ରମା ପ୍ରକଳ୍ପର କାର୍ଯ୍ୟ ହେବ।ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଲେ ବିଜେପି ମୁଖପାତ୍ର।