ବଡଗାଁ: ସଂସ୍କୃତି ମନ୍ତ୍ରୀଙ୍କୁ ଭେଟିଲେ ବଡ଼ଗାଁ ରାମଲୀଳା ଯାତ୍ରା ସଂସଦ ସଭାପତି
ବଡ଼ଗାଁ ପ୍ରଶିଦ୍ଧ ରାମଲୀଳା ଯାତ୍ରା ସଂସଦର ସଭାପତି ଦିଲିପ ପୁରୋହିତ ଗତକାଲି ଭୁବନେଶ୍ୱର ଠାରେ ଓଡ଼ିଶା ସରକାରଙ୍କ ଭାଷା ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ସୁର୍ଯ୍ୟବଂଶୀ ସୁରଜ ଙ୍କୁ ତାଙ୍କର କାର୍ଯ୍ୟାଳୟ ଠାରେ ସାକ୍ଷାତକରି ବଡ଼ଗାଁ ରାମଲୀଳା ଯାତ୍ରା ପାଇଁ ସରକାରୀ ସହାୟତା ପ୍ରଦାନ କରିବାକୁ ବ୍ୟବସ୍ଥା କରିବାକୁ ଆଲୋଚନା କରିବା ସହ ଏକ ସ୍ମାରକପତ୍ର ପ୍ରଦାନ କରିଛନ୍ତି। ଉପବାଚସ୍ପତି ଭବାନୀ ଶଙ୍କର ଭୋଇ ଙ୍କର ଉପସ୍ଥିତ ରେ ଯାତ୍ରା ସଂସଦ ର ସଭାପତି ବଡ଼ଗାଁ ରାମଲୀଳା ଯାତ୍ରା ସଂସଦର ଐତିହ୍ୟ ପରମ୍ପରା ବିଷୟରେ ଆଲୋଚନା କରିଥିଲେ।