ଅତାବିରା: ଗୋଡଭଗା ନାଗରିକ କମିଟି ତରଫରୁ ନୂଆଁଖାଇ ଭେଟଘାଟ
ପ୍ରତିବର୍ଷ ପରି ଚଳିତ ବର୍ଷ ମାଆ ସମଲେଶ୍ଵରୀଙ୍କ ସଭାକକ୍ଷରେ ଗୋଡଭଗା ନୂଆଁଖାଇ ଭେଟ୍ଘାଟ୍ ଉତ୍ସବ ମହାସମାରୋହରେ ପାଳିତ ନହୋଇ ନିରାଡ଼ମ୍ବର ଭାବେ ଆଜି ପାଳିତ ହୋଇଯାଇଛି। ଗୋଡଭଗା ନାଗରିକ କମିଟି ପକ୍ଷରୁ ଆୟୋଜିତ ନୂଆଁଖାଇ କାର୍ଯ୍ୟକ୍ରମ ଆରମ୍ଭ ପୂର୍ବରୁ ଅତିଥିମାନେ ମାଆ ସମଲେଶ୍ଵରୀଙ୍କ ଠାରେ ପୂଜାର୍ଚ୍ଚନା କରି ଅଞ୍ଚଳର ସାମଗ୍ରୀକ ବିକାଶ କାମନା କରିଥିଲେ।