ଚାନ୍ଦବାଲି: ନରେନ୍ଦ୍ରପୁର ଛତ୍ରପଦା ଗ୍ରାମରେ ପୌରାଣିକ ଓ ଐତିହାସିକ ମହାନ ଶକ୍ତି ପୀଠ ମା' ପାଟଣ ମଙ୍ଗଳା ପୀଠରେ ପାଟୁଆ ଯାତ୍ରା ଅନୁଷ୍ଠିତ
ନରେନ୍ଦ୍ରପୁର ଛତ୍ରପଦା ଗ୍ରାମରେ ପୌରାଣିକ ଓ ଐତିହାସିକ ମହାନ ଶକ୍ତି ପୀଠ ମା' ପାଟଣ ମଙ୍ଗଳା ପୀଠରେ ପାଟୁଆ ଯାତ୍ରା ଅନୁଷ୍ଠିତ ହୋଇଯାଇଛି। ମା’ଙ୍କ ପାଖରେ ମାନସିକ ରଖିଥିବା ଭକ୍ତ ମାନସିକ ପୂରଣ ପରେ ସେଠାରେ ପାଟୁଆ ହୋଇ ନାଚିଥାନ୍ତି ଓ ମନ୍ଦିରରୁ ମାଳ ଓ ମା’ଙ୍କ ବେତ ନେଇ ସକାଳ ପର୍ଯ୍ୟନ୍ତ ଜାଗର ଜାଳି ଓଷା ରଖିବା ସହ ପୋଖରୀରେ ବୁଡ଼ ମାରି ଓଷା ଭାଙ୍ଗିଥାନ୍ତି ବୋଲି ସୂଚନା ମିଳିଛି ।