ଦେବଗଡ: ତୀର୍ଥଯାତ୍ରା ଯୋଜନାରେ ଦେବଗଡରୁ ବରିଷ୍ଠ ନାଗରିକଙ୍କ ରାମେଶ୍ୱରମ - ମଦୁରାଇ ଯାତ୍ରା, ପତାକା ଦେଖାଇ ଶୁଭାରମ୍ଭ କଲେ ଏଡିଏମ
ରାଜ୍ୟ ସରକାରଙ୍କ ତୀର୍ଥଯାତ୍ରା ଯୋଜନାରେ ଆଜି ଦେବଗଡ ଜିଲ୍ଲାର ୨୭ ଜଣ ବରିଷ୍ଠ ନାଗରିକ ରାମେଶ୍ୱରମ - ମଦୁରାଇ ଅଭିମୁଖେ ଯାତ୍ରା ଆରମ୍ଭ କରିଛନ୍ତି । ଦେବଗଡରୁ ଏହି ଯାତ୍ରା ଆଜି ଆରମ୍ଭ ହୋଇଛି । ଦିନ ପ୍ରାୟ ୨ ଟାରେ ଦେବଗଡ ସୂଚନା କେନ୍ଦ୍ର ଓ ପାଠାଗାର ପରିସରରେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ମନୋରଞ୍ଜନ ସୁତାରଙ୍କ ତତ୍ୱାବଧାନରେ ତିର୍ଥଯାତ୍ରୀ ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଦେବଗଡ ପୌର ପରିଷଦର ଭାରପ୍ରାପ୍ତ ଅଧ୍ୟକ୍ଷ ପ୍ରଜିତ କୁମାର ଭୋଜ ଏବଂ ଅତିରିକ୍ତ ଜିଲ୍ଲାପାଳ ରେବେକା ବିଲୁଙ୍ଗ ଯୋଗଦେଇ ତୀର୍ଥଯାତ୍ରୀ ମାନଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ ।