ଲାଞ୍ଜିଗଡ: ଲାଞ୍ଜିଗଡ଼ ସ୍ଥିତ ସାପ୍ତାହିକ ବଜାର ପ୍ରାଙ୍ଗଣରେ ଉନ୍ନୟନ କମିଟି ର ବୈଠକ ଅନୁଷ୍ଠିତ।
ଆଜି ଅପରାହ୍ଣ ୪ଘଣ୍ଟା ସମୟରେ ଲାଞ୍ଜିଗଡ଼ ସାପ୍ତାହିକ ବଜାର ପ୍ରାଙ୍ଗଣରେ ଲାଞ୍ଜିଗଡ଼ ମହାରାଜ ସୁରେନ୍ଦ୍ର ପ୍ରତାପ ସିଂଦେଓ ଙ୍କ ସଭାପତିତ୍ବରେ ବୈଠକ ଅନୁଷ୍ଠିତ ହୋଇଯାଇଛି Iଉକ୍ତ ବୈଠକ ରେ ଚନ୍ଦ୍ର ଧ୍ଵଜ ପେଶନିଆ ଉପସ୍ଥିତ ସମସ୍ତଙ୍କୁ ସ୍ବାଗତ କରିବା ସହିତ ବୈଠକ ଲାଞ୍ଜିଗଡ଼ ବ୍ଲକ ଲାଞ୍ଜିଗଡ଼ ଠାରେ ସ୍ଥାପନ କରିବା, ଲାଞ୍ଜିଗଡ଼ କୁ ସରକାର ବିଜ୍ଞାପିତ ଅଞ୍ଚଳ ପରିଷଦ ରେଘୋଷଣା,ସରକାରଙ୍କ ଦ୍ଵାରା ଘୋଷିତ ଲାଞ୍ଜିଗଡ଼ ଆଇ ଟି ଆଇ ପ୍ରତିଷ୍ଠା କରେଇବା କୁ ନେଇ ବୈଠକ ଅନୁଷ୍ଠିତ ହୋଇଯାଇଛି।