: ଖେତ୍ରଜପୁରରେ ନଳା ଓ ରାସ୍ତା ଉପରେ ଜବର ଦଖଲ କରୁଥିବା ସମସ୍ତ ଦୋକାନି ଙ୍କୁ ନୋଟିସ ଜାରି କରାଗଲା। ଏହି ଅବୈଧ ଦାଖଲ ଯୋଗୁଁ ଲୋକମାନଙ୍କ ଯିବା ଆସିବା ରେ ଅସୁବିଧା ସୃଷ୍ଟି ହେଉଛି ଓ ନଳାର ପାଣି ପ୍ରବାହ ବାଧାପ୍ରାପ୍ତ ହେଇ ଜଳଜମା ସମସ୍ୟା ହେଉଛି। ସାଧାରଣ ଲୋକଙ୍କ ସୁରକ୍ଷା ଓ ସ୍ୱଚ୍ଛତା ଦୃଷ୍ଟିରୁ ଦୋକାନଦାରମାନଙ୍କୁ ତୁରନ୍ତ ଅବୈଧ ଦାଖଲ ହଟାଇବାକୁ ନିର୍ଦ୍ଦେଶ ଦିଆଯାଇଛି l ଏ ନେଇ ଆଜି ରାତି 7ଟାରେ ମହାନଗର ନିଗମ ପକ୍ଷରୁ ସୂଚନା ମିଳିଛି l