ରବିବାର ରାତ୍ରିରେ ସ୍ଥାନୀୟ କ୍ଷେତରାଜପୁର ଅଞ୍ଚଳରେ ଜଣେ ଯୁବକଙ୍କୁ ଛୁରା ମାଡ ହୋଇଥିବାର ଜଣାପଡିଛି । ବଙ୍ଗଲାପଡା ନିବାସୀ ଜଣେ ଯୁବକଙ୍କ ସହିତ ଅନ୍ୟ କିଛି ଯୁବକ ଙ୍କ ସହିତ କୌଣସି କାରଣରୁ ବଚସା ରହିଥିଲା । ଏହି ଘଟଣାକୁ ନେଇ ଆଜି ରାତ୍ରିରେ ଯୁବକଙ୍କୁ ଏକ ଧାରୁଆ ଅସ୍ତ୍ରରେ ଆକ୍ରମଣ କରାଯାଇଛି । ଫଳରେ ଯୁବକ ଜଣକ ଆହତ ହୋଇ ଚିକିତ୍ସିତ ହେଉଛନ୍ତି ବୋଲି ପୁଲିସ କହିଛି । ତେବେ ମରଣାନ୍ତକ ଆକ୍ରମଣକାରୀ ଫେରାର ମାରିଥିବା ବେଳେ ଏ ନେଇ ଏକ ମାମଲା ରୁଜୁ କରି ପୁଲିସ ଅଭିଯୁକ୍ତଙ୍କୁ ଖୋଜୁଛି ବୋଲି କହିଛି ।