କେନ୍ଦୁଝର ସହର: ପଦାର୍ଥ ବିଜ୍ଞାନ ବିଭାଗର ସ୍ବାଗତ ଉତ୍ସବ
ରେକୁଟିଆ ସ୍ଥିତ କୁଶଳେଶ୍ଵର ଆଞ୍ଚଳିକ ମହାବିଦ୍ୟାଳୟରେ ଅନୁଷ୍ଟିତ
ପଦାର୍ଥ ବିଜ୍ଞାନ ବିଭାଗର ସ୍ବାଗତ ଉତ୍ସବ ଘସିପୁରା ବ୍ଲକ ଅନ୍ତର୍ଗତ ରେକୁଟିଆ ସ୍ଥିତ କୁଶଳେଶ୍ଵର ଆଞ୍ଚଳିକ ମହାବିଦ୍ୟାଳୟ ରେ +୩ ପ୍ରଥମ ବର୍ଷ ପଦାର୍ଥ ବିଜ୍ଞାନ ବିଭାଗର ଛାତ୍ର ଛାତ୍ରୀ ମାନଙ୍କୁ ବିଭାଗ ତରଫରୁ ସ୍ଵାଗତ କରାଯାଇଛି।ଉକ୍ତ ସଭାରେ ମହାବିଦ୍ୟାଳୟ ର ଅଧ୍ୟକ୍ଷ ସଞ୍ଜୟ ମିଶ୍ର ସଭାପତିତ୍ବ ଦାୟିତ୍ଵ ତୁଲାଇଥିବା ବେଳେ ବିଭାଗର ମୁଖ୍ୟ ଲେଫ୍ଟନାଣ୍ଟ ସତ୍ୟବ୍ରତ ପତି ଏହାକୁ ପରିଚାଳନା କରିଥିଲେ। ଉକ୍ତ ସଭାରେ ମହାବିଦ୍ୟାଳୟ ର ବିଭିନ୍ନ ଅଧ୍ୟାପକ ଓ ଅଧ୍ୟାପିକା ଯଥା ବିଜୟ ସାହୁ, ଭବାନୀ ପ୍ରସାଦ ବଳ, ସୁଧାକର ଜେନା, ମହେଶ୍ୱର ଜେନା, ଅଳକା ପାଢ଼ୀ, ଭାବିଲତା ରାଉତ ଉପସ୍ଥିତ ଥିଲେ