ବରଗଡ଼ ସହର ସ୍ଥିତ ହରିଓମ ସୋସାଇଟି ପକ୍ଷରୁ ମଙ୍ଗଳବାର ସନ୍ଧ୍ୟା ୫ ଘଣ୍ଟା ସମୟରେ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି | ୨୦୧୮-୧୯ ମସିହାରେ ଅର୍ଜୁନ ରିଏଲଟସ ବରଗଡ଼ର ବିଲଡର ସି. ମଲ୍ଲୀକାଅର୍ଜୁନ ରାଓ ତାଙ୍କ ସ୍ତ୍ରୀ ଏବଂ ଗୋବିନ୍ଦ ଚନ୍ଦ୍ର ସାହୁ ହରିଓମ ଏପାର୍ଟମେଣ୍ଟ ତିଆରି କରି ବିକ୍ରି କଲେ | ସେହି ସମୟରେ କ୍ରେତା ମାନଙ୍କୁ ଦେଇଥିବା ପ୍ରତିଶୃତି ପାଳନ ନ କରିବା ଯୋଗୁ କ୍ରେତା ଗଣ ହାଇକୋର୍ଟର ଦ୍ୱାରସ୍ଥ ହୋଇଥିଲେ | ମାନ୍ୟବର ହାଇକୋର୍ଟ କ୍ରେତା ମାନଙ୍କ ସପକ୍ଷରେ ଯାଇ ବିକ୍ରେତାଙ୍କୁ ୩ ମାସ ମଧ୍ୟରେ ସମସ୍ତ ସମସ୍ୟାର ସମାଧାନ କରିବା ପାଇଁ ନିର୍ଦେଶ ଦେଇଛନ୍ତି |