ଭୁବନେଶ୍ବର ମ୍ୟୁନିସିପାଲଟି କର୍ପୋରେସନ: ଘରେ ପଶି ଆକ୍ରମଣ ସହ ଅସଦାଚରଣ ଘଟଣା, ଇସ୍କନ ବସ୍ତିରୁ ଅଭିଯୁକ୍ତ ଙ୍କୁ ଗିରଫ କଲା ନୟାପଲି ଥାନା ପୋଲିସ
ଘରେ ପଶି ଆକ୍ରମଣ ସହ ଅସଦାଚରଣ ଘଟଣା, ଇସ୍କନ ବସ୍ତିରୁ ଅଭିଯୁକ୍ତ ଙ୍କୁ ଗିରଫ କଲା ନୟାପଲି ଥାନା ପୋଲିସ | ଅଭିଯୋଗକାରୀ ତାଙ୍କ ଘରେ ଥିବା ସମୟରେ, ଅଭିଯୁକ୍ତ ତସଲିମ ଖାନ ତାଙ୍କ ସହଯୋଗୀମାନଙ୍କ ସହିତ ସେଠାକୁ ଆସି ତାଙ୍କୁ ଅଶ୍ଳୀଳ ଭାଷାରେ ଗାଳି ଦେଇଥିଲେ। ଏଥିରେ ପ୍ରତିବାଦ କରିବାରୁ, ଘରକୁ ପ୍ରବେଶ କରି ପରିବାରର ମହିଳାଙ୍କ ସହିତ ଅସଦାଚରଣ କରିଥିଲେ ଏବଂ ତସଲିମ ଖାନ ତାଙ୍କୁ ମାଡ଼ ମାରିଥିଲେ। ଏହାକୁ ନେଇ ସେ ଥାନାରେ ଅଭିଯୋଗ କରିଥିଲେ। ତଦନ୍ତ ସମୟରେ, ପୋଲିସ ଅନେକଥର ଚଢାଉ କରିଥିଲେ କିନ୍ତୁ ତସଲିମ ଖାନ ଫେରାର୍ ହୋଇଯାଇଥିଲେ।