ବାମରା ବ୍ଲକ କବରିବାହାଲ ପଞ୍ଚାୟତ ଅନ୍ତର୍ଗତ ସେଗାପଡ଼ା ସ୍ଥିତ ମା ଅନ୍ଧାରୀ ବନ ଦୁର୍ଗା ମନ୍ଦିର ର ବିଗ୍ରହ ଓ ପ୍ରତିଷ୍ଠା ଉତ୍ସବ ମଙ୍ଗଳବାର ଦିନ କଳସ ଶୋଭାଯାତ୍ରା ସହ ଆରମ୍ଭ ହୋଇଯାଇଛି। ସ୍ଥାନୀୟ ଜଳାଶୟରୁ କଲଶ୍ ଯାତ୍ରା ମାଧ୍ୟମରେ ଯଜ୍ଞ ମଣ୍ଡପ ଆସି କଳସ ସ୍ଥାପନ କରାଯାଇଥିଲ । ଅପରାହ୍ନରୁ ଶ୍ରୀକ୍ଷେତ୍ରରୁ ଆସିଥିବା ମୁଖ୍ୟ ପଣ୍ଡିତ ଦାମୋଦର ରଥଙ୍କ ତତ୍ତ୍ଵାବଧାନରେ ୨୭ କୁଣ୍ଡିଅ ମହାଯଜ୍ଞ ଆୟୋଜିତ ହୋଇଥିଲା। ଏହି ଅବସରରେ କୁନ୍ତରା ଆଠଗାଁ ଛକ ସ୍ଥିତ ଆଶ୍ରମର ସଂସ୍ଥାପକ ଜୀବନ ଚୈତନ୍ୟ ଶ୍ରୀ ପୁରୀଜି ମହାରାଜ ଏବଂ ଜୟ ଗୁରୁ ଦେବ ଆଧ୍ୟାତ୍ମିକ ପ୍ରବଚନ ଦେଇଥିଲେ।