ବରଗଡ: ବଗେଇବିରା ରୁ ଉଲବା କୁ ସଂଯୋଗ କରୁଥିବା ରାସ୍ତା ନିକଟରେ ଜଣେ ବ୍ୟକ୍ତିଙ୍କ ଶବ ଓ ଏକ ବାଇକ ଉଦ୍ଧାର କଲା ପୋଲିସ
ବରଗଡ ବ୍ଲକ ବଗେଇବିରା ରୁ ଉଲବା କୁ ସଂଯୋଗ କରୁଥିବା ପଂଚାୟତ ରାସ୍ତାର ଚାଷଜମି ଉପରେ ଜଣେ ମୃତବ୍ୟକ୍ତି ଓ ବାଇକ ପଡ଼ିଥିବା ଦେଖାଯାଇଛି | ରବିବାର ଦିବା 11 ଘଣ୍ଟା ସମୟରେ ସ୍ଥାନୀୟ ଲୋକେ ସବକୁ ଦେଖି ପୋଲିସକୁ ଜଣାଇଥିଲେ | ତେବେ ଏହା ଦୁର୍ଘଟଣା ନାଁ ଅନ୍ୟ କଣ ରହସ୍ୟ ରହିଛି ସେନେଇ ପୋଲିସର ତଦନ୍ତ ଆରମ୍ଭ ହୋଇଛି | ସ୍ଥାନୀୟ ଲୋକେ ଯାତାୟାତ କରୁଥିବା ବେଳେ ଏହି ଶବ ଦେଖିଥିଲେ ଏବଂ ପୋଲିସକୁ ଯୋଗାଯୋଗ କରିଥିଲେ | ବାଇକ ମଧ୍ୟ ପଡ଼ିଥିବା ବେଳେ ଦୁର୍ଘଟଣା ହୋଇଥିବାର ସନ୍ଦେହ କରାଯାଉଛି | ତେବେ ଏନେଇ ଅଧିକ ତଦନ୍ତ ଆରମ୍ଭ କରିଛି ପୋଲିସ |