ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲାର ବିଭିନ୍ନ ପଞ୍ଚାୟତ କାର୍ଯ୍ୟଳୟରେ ପଲ୍ଲୀରେ ପ୍ରଶାସନ କାର୍ଯ୍ୟକ୍ରମ ଅନୁଷ୍ଠିତ
ସୋମବାର ଦିନ ଖୋର୍ଦ୍ଧା ଜିଲ୍ଲାର ବାଣପୁର ବ୍ଲକର କୁଲେଇ, ବେଗୁନିଆ ବ୍ଲକର ପଙ୍ଗାରସିଂହ, ବୋଲଗଡ଼ ବ୍ଲକର ବାଙ୍କୋଇଦେଶ, ଚିଲିକା ବ୍ଲକର ଜରିପଡା, ଖୋର୍ଦ୍ଧା ବ୍ଲକର କୁରଧମାଳ ଏବଂ ଟାଙ୍ଗୀ ବ୍ଲକର ବଡପୋଖରିଆ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ମାନଙ୍କରେ ପଲ୍ଲୀରେ ପ୍ରଶାସନ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ବିଭିନ୍ନ ଜନ କଲ୍ୟାଣକାରୀ ଯୋଜନା ଗୁଡ଼ିକର ସେବା ପ୍ରକୃତ ହିତାଧିକାରୀ ମାନଙ୍କୁ ଯୋଗାଇଦେଇଛନ୍ତି ।ଏହି କାର୍ଯ୍ୟକ୍ରମରେ ସମସ୍ତ ବିଭାଗୀୟ ଅଧିକାରୀ ଯୋଗଦେଇ ସର୍ବସାଧାରଣଙ୍କ ଅଭିଯୋଗ ଶୁଣାଣି କରିଛନ୍ତି ।ନିର୍ଦ୍ଧାରିତ ସମୟ ଓ ସ୍ଥାନରେ ଉପସ୍ଥିତ ରହି ଶିବିରଟିକୁ ସଫଳ କରିଛନ୍ତି।