ଗଞ୍ଜାମ ଜିଲ୍ଲା ଧରାକୋଟ ବ୍ଲକର ଦୁର୍ଗମ ଅଞ୍ଚଳ ଭାବରେ ଜଣାଶୁଣା ସାବା ପଞ୍ଚାୟତ ର କୁଟୁଣିଗଣ୍ଡା ସମେତ ବିଭିନ୍ନ ଗାଁ ଗୁଡ଼ିକର ପଶୁ ମାନଙ୍କ ସ୍ଵାସ୍ଥ୍ୟ ପରୀକ୍ଷା ପାଇଁ ଧରାକୋଟ ପ୍ରାଣୀ ଚିକିତ୍ସାଳୟ ତରଫରୁ ଏକ ପଶୁ ସ୍ଵାସ୍ଥ୍ୟ ଚିକିତ୍ସା ଶିବିର ଅନୁଷ୍ଠିତ ହୋଇଯାଇଛି । ଧରାକୋଟ ପ୍ରାଣୀ ଚିକିତ୍ସାଳୟ ର ଡାକ୍ତର ମାନସ ରଞ୍ଜନ ପଲେଇ ଙ୍କ ନେତୃତ୍ୱରେ ମାଣିକପୁର ପ୍ରାଣିଧନ ନୀରିକ୍ଷକ ରଞ୍ଜନ କୁମାର ବିଶ୍ବାଳ, ସାବା ମୈତ୍ରୀ ଧୀରେନ୍ଦ୍ର ନାୟକ,ସହାୟକ ରମେଶ ଚନ୍ଦ୍ର ସେଠୀ, ମଙ୍ଗୁଳୁ ଗୌଡ଼ ପ୍ରମୁଖ ଏହି ଶିବିରରେ ଉପସ୍ଥିତ ରହି ପଶୁ ମାନଙ୍କ ସ୍ଵାସ୍ଥ୍ୟ ର ଚିକିତ୍ସା କରିଥିଲେ ।