ସୋର ପୌର ପାଳିକା ଅନ୍ତର୍ଗତ ବାରହାପୁର ମଉଡମଣୀ ସରକାରୀ ହାଇସ୍କୁଲ ଠାରେ ସୋର ବ୍ଲକ ସ୍ତରୀୟ ବିଜ୍ଞାନ ମେଳା ୨୦୨୫ ଅନୁଷ୍ଠିତ ହୋଇଯାଇଛି।ଏହି ଅବସରରେ ପ୍ରଥମ ଅଧିବେଶନ ସୋର ବ୍ଲକ ଗୋଷ୍ଠୀ ଶିକ୍ଷାଧିକାରିଣୀ ସୋମାରାଣୀ ସେଠି ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ଉଦଘାଟନ ସଭାରେ ମୁଖ୍ୟ ଅତିଥିଭାବେ ସୋର ବିଧାୟକ ମାଧବ ଧଡ଼ା ଯୋଗଦେଇ ବିଜ୍ଞାନ ମେଳା କୁ ଉଦଘାଟନ କରିଥିଲେ। ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ତଥା ବ୍ଲକ ବିଜ୍ଞାନ ସଂଯୋଜକ ନିରଞ୍ଜନ ନାୟକ ପ୍ରାରମ୍ଭିକ ସୂଚନା ସହିତ ବିଜ୍ଞାନ ମେଳା ର ଉଦେଶ୍ୟ ଜ୍ଞାପନ କରିଥିଲେ। ବ୍ଲକ ସହ ଗୋଷ୍ଠୀ ଶିକ୍ଷାଧିକାରୀ ସୋମନାଥ ଦାସ ଯୋଗଦେଇଥିଲେ।