ଆଜି ଡିସେମ୍ବର 19 ତାରିଖ ଶୁକ୍ରବାର ସନ୍ଧ୍ୟା 7 ଟା ପାଖାପାଖି ସମୟରେ ଘଟିଛି ଏହି ଦୁର୍ଘଟଣା। ଭେଡ଼ା ବାହାଲ ଓଭର ବ୍ରିଜ ନିକଟରେ ଘଟିଛି ଏହି ଦୁର୍ଘଟଣା। ବ୍ରେକ୍ ଡାଉନ୍ ଥିବା ଏକ ଟ୍ରକ ପଛରେ ପିଟି ହୋଇଛି ଟ୍ରଲର OD-16F-8693। ଚାଳକ ଅତ୍ୟଧିକ ମଦ୍ୟପାନ କରିଥିବା କଥା ଲୋକେ କହିଛନ୍ତି। ତେବେ ଦୁର୍ଘଟଣାର ଭୟଙ୍କର ଶବ୍ଦ ପାଇ କେତେକ ସ୍ଥାନୀୟ ଲୋକେ ସେଠାରେ ପହଞ୍ଚିବା ପରେ ଘଟଣା ଜଣା ପଡିଥିଲା। ସ୍ଥାନୀୟ ଲୋକେ ଗୁରୁତର ଚାଳକଙ୍କୁ ଉଦ୍ଧାର କରି ନିଜ ଉଦ୍ୟମରେ NTPC ମେଡିକାଲ କଲେଜ ଆଣ୍ଡ ହସପିଟାଲ, ସୁନ୍ଦରଗଡ଼କୁ ପଠାଇବା ସହ ସଦର ଥାନାକୁ ସୂଚନା ଦେଇଥିବା କଥା ଜଣା ପଡିଛି।