ବିଷ ଖାଇ ମହିଳା ମୃତ।ଦେବଗଡ଼ ଜିଲ୍ଲା ବାରକୋଟ ଥାନା ସରୁଆଳି ଗ୍ରାମରେ ଏଭଳି ଏକ ଅଭାବନୀୟ ଘଟଣା ଦେଖାଦେଇଛି। ମୃତ ମହିଳା ସେହି ଗ୍ରାମର ଲମ୍ବୋଦର ତାଇପାଇଙ୍କ ସ୍ତ୍ରୀ ସାବିତ୍ରୀ ତାଇପାଇ ବୋଲି ଜଣାପଡିଛି। ସୂଚନା ଅନୁଯାୟୀ ସାବିତ୍ରୀ ରବିବାର ସନ୍ଧ୍ୟାରେ ବିଷ ଖାଇ ଆତ୍ମହତ୍ୟା ଉଦ୍ୟମ କରିଥିବା ବେଳେ ଗୁରୁତର ହୋଇ ପଡିଥିଲେ। ପରିବାର ଲୋକ ଏକଥା ଜାଣିବା ପରେ ତାଙ୍କୁ ତୁରନ୍ତ ଉଦ୍ଧାର କରି ଅନୁଗୁଳ ଜିଲ୍ଲା ପାଲଲହଡ଼ା ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ମାତ୍ର ଡାକ୍ତରଖାନାରେ ସାବିତ୍ରୀଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ।