ନର୍ଲା: କୁଶୁର୍ଲା କପ ୨୦୨୫ ନକ ଆଉଟ ଫୁଟବଲ ଟୁର୍ଣ୍ଣାମ୍ୟାଚ ଉଦଯାପିତ,
ରଜାପଡା ଚମ୍ପିୟାନ। ଯୋଗଦେଲେ ସୁବର୍ଣ୍ଣ ପୁର ଜିଲ୍ଲା ପାଳ।
କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ କୁଶୁର୍ଲା ହରଗୌରୀ ଯୁବକ ସଂଘ ପକ୍ଷରୁ କୁଶୁର୍ଲା କପ ୨୦୨୫ ନକ ଆଉଟ ଫୁଟବଲ ଟୁର୍ଣ୍ଣାମ୍ୟାଚ ରବିବାର ଉଦଯାପିତ ହୋଇଯାଇଛି।ଏହି ଅବସରରେ ରଜାପଡା ଓ ଟକର୍ଲା ମଧ୍ୟ ରେ ଫାଇନାଲ ମ୍ୟାଚ ଅନୁଷ୍ଠିତ ହୋଇଥିଲା।ଏଥିରେ ନିର୍ଦ୍ଧାରିତ ସମୟରେ ଉଭୟ ଦଳ ଗୋଟିଏ ଲେଖାଏଁ ଗୋଲ ଦେଇଥିଲେ।ଏଥିରେ ଟ୍ରାଏବାଇକର ସହଯୋଗ ନିଆଯାଇଥିଲା,ତେବେ ରଜାପଡା ଦଳ ୩/୨ ଗୋଲ ରେ ଚମ୍ପିୟାନ ହୋଇଥିଲା। ପୁରସ୍କାର ବିତରଣ ସଭା ରେ ମୁଖ୍ୟ ଅତିଥି ଭାବେ ସୁବର୍ଣ୍ଣପୁର ଜିଲ୍ଲାପାଳ ଡକ୍ଟର ନୃପରାଜ ସାହୁ ମୂଖ୍ୟ ଅତିଥି ଭାବେ ଯୋଗଦେଇଥିଲେ।