କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ କୁଶୁର୍ଲା ହରଗୌରୀ ଯୁବକ ସଂଘ ପକ୍ଷରୁ କୁଶୁର୍ଲା କପ ୨୦୨୫ ନକ ଆଉଟ ଫୁଟବଲ ଟୁର୍ଣ୍ଣାମ୍ୟାଚ ରବିବାର ଉଦଯାପିତ ହୋଇଯାଇଛି।ଏହି ଅବସରରେ ରଜାପଡା ଓ ଟକର୍ଲା ମଧ୍ୟ ରେ ଫାଇନାଲ ମ୍ୟାଚ ଅନୁଷ୍ଠିତ ହୋଇଥିଲା।ଏଥିରେ ନିର୍ଦ୍ଧାରିତ ସମୟରେ ଉଭୟ ଦଳ ଗୋଟିଏ ଲେଖାଏଁ ଗୋଲ ଦେଇଥିଲେ।ଏଥିରେ ଟ୍ରାଏବାଇକର ସହଯୋଗ ନିଆଯାଇଥିଲା,ତେବେ ରଜାପଡା ଦଳ ୩/୨ ଗୋଲ ରେ ଚମ୍ପିୟାନ ହୋଇଥିଲା। ପୁରସ୍କାର ବିତରଣ ସଭା ରେ ମୁଖ୍ୟ ଅତିଥି ଭାବେ ସୁବର୍ଣ୍ଣପୁର ଜିଲ୍ଲାପାଳ ଡକ୍ଟର ନୃପରାଜ ସାହୁ ମୂଖ୍ୟ ଅତିଥି ଭାବେ ଯୋଗଦେଇଥିଲେ।