ସମ୍ବଲପୁର ଏସପି କାର୍ଯ୍ୟାଳୟରେ କାର୍ଯ୍ୟରତ ଜଣେ ଇନ୍ସପେକ୍ଟରଙ୍କୁ ନେଇ ବିବାଦ ସୃଷ୍ଟି ହୋଇଛି। ତାଙ୍କ କାର୍ଯ୍ୟଶୈଳୀ ପ୍ରଣାଳୀକୁ ନେଇ ଜଣେ ମହିଳା କନେଷ୍ଟବଲ ତାଙ୍କ ବିରୋଧରେ ଏସପିଙ୍କ ଠାରେ ଅଭିଯୋଗ କରିଥିବା ସୂଚନା ମିଳିଛି। ଏହି ଘଟଣାକୁ ନେଇ ଏସପି ମଧ୍ୟ ସ୍ବୀକାର କରିଛନ୍ତି। ଏହା କାର୍ଯ୍ୟାଳୟର ଅନ୍ତରୀଣ ବିବାଦ ଅଟେ ବୋଲି ଜଣାଇଛନ୍ତି। ତେବେ ମହିଳା କନଷ୍ଟେବଲ ଜଣଙ୍କ ନିଜ କାର୍ଯ୍ୟାଳୟ ରେ କାନ୍ଦୁଥିବା ଦେଖିବାକୁ ମିଳିଥିଲା l କାନ୍ଦି କାନ୍ଦି ଏସପିଙ୍କ ନିକଟକୁ ଯାଇ ଅଭିଯୋଗ ମଧ୍ୟ କରିଥିଲେ l ଏସପି ଅଭିଯୋଗ ଶୁଣିବା ପରେ ଇନ୍ସପେକ୍ଟରଙ୍କୁ ମଧ୍ୟ ଡକାଇ ଆଲୋଚନା କରିଛନ୍ତି l