ଦେବଗଡ ପୌରାଂଚଳ ପୁରୁଣାଗଡରେ ଜମିବାଡିକୁ କେନ୍ଦ୍ର କରି ଗଣ୍ଡଗୋଳ ହୋଇଥିବା ଅଭିଯୋଗ ହୋଇଛି । ଏନେଇ ଉଭୟ ପକ୍ଷ ଦେବଗଡ ଥାନାରେ ଅଭିଯୋଗ କରିଥିବା ବେଳେ ମଙ୍ଗଳବାର ପୋଲିସ ୨ ଟି ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି । ଏନେଇ ରାତି ୧୦ ଟାରେ ପୋଲିସ ଠାରୁ ସୂଚନା ମିଳିଛି । ଅଭିଯୋଗ ଅନୁଯାୟୀ ଶ୍ରୀମନ୍ତ ସାହୁଙ୍କୁ ସୁଶାନ୍ତ ବାଙ୍କ ଗାଳିଗୁଳଜ କରିବା ସହିତ ମାଡ ମାରିବା ପାଇଁ ହାତ ଉଠାଇଥିବା ଶ୍ରୀମନ୍ତ ଅଭିଯୋଗ କରିଛନ୍ତି । ଅନ୍ୟପଟେ ସୁଶାନ୍ତଙ୍କ ଏକ ଚାଷ ଜମି ବଳପୂର୍ବକ ଶ୍ରୀମନ୍ତ ଅକ୍ତିଆର କରି ଚାଷ କରୁଥିବା ବେଳେ ଜମି ଛାଡିବା ପାଇଁ କହିଲେ ବିଭିନ୍ନ ଧମକ ଦେଉଛି।