କୁଚିଣ୍ଡା ରେଞ୍ଜ ଅଧିନ ହାଡିପାଲି ଚୁଟିପଡା ଅଞ୍ଚଳରେ ହାତୀ ଗାଁରେ ପଶି ଘର ଭାଙ୍ଗିବା ସହ ଚାଷ ନଷ୍ଟ କରିଥିବା ଜଣାପଡିଛି। ସୂଚନା ଅନୁସାରେ ୨୮ ଟିକିଆ ଏକ ହାତୀ ପଲ ପଡାକୁ ଲଗାତାର ଦୁଇ ଦିନ ମଧ୍ୟ ରାତ୍ରିରେ ପଶି ଉପଦ୍ରବ କରିବା ସହ ଘରଭାଙ୍ଗି ପନିପରିବା ଫସଲ ନଷ୍ଟ କରୁଥିବା ଅଭିଯୋଗ ହୋଇଛି। ଗତକାଲି ଗୁରୁବାର ରାତିରେ ମଧ୍ୟ ହାତୀ ମାନେ ଗ୍ରାମ କୁ ପଶି ଉପଦ୍ରବ କରିଥିବା ବେଳେ ଏହାକୁ ନେଇ ଲୋକଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି ହୋଇଛି। ଏନେଇ ଶୁକ୍ରବାର ଦିନ କ୍ଷତିଗ୍ରସ୍ତ ଚାଷୀ ମାନେ ବନ ବିଭାଗ କୁ ଭେଟି ସମସ୍ୟା ଜଣାଇଛନ୍ତି।