ଜମନକିରା: ବଡରମା ଠାରେ ପୋଷଣ ଓ ପାଠ କୁ ନେଇ ତାଲିମ ଶିବିର ଅନୁଷ୍ଠିତ
ଜମନକିରା ବ୍ଲକ ଅନ୍ତର୍ଗତ ବଡରମା ଠାରେ ପୋଷଣ ଓ ପାଠ କୁ ନେଇ ଏକ ୩ ଦିନିଆ ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି। ସମନ୍ଵିତ ଶିଶୁ ପ୍ରକଳ୍ପ ଯୋଜନା ଦ୍ଵାରା ଗତ ଗୁରୁବାର ଦିନ ରୁ ଆୟୋଜିତ ହୋଇ ଆସୁଥିବା ଉକ୍ତ ତାଲିମ ଶିବିର ଶନିବାର ସନ୍ଧ୍ୟା ୫ ଟା ସମୟରେ ଉଦଯାପିତ ହୋଇଯାଇଛି। ଉକ୍ତ ଶିବିର ମାଧ୍ୟମ ରେ ଅଙ୍ଗନବାଡ଼ି କର୍ମୀ ମାନଙ୍କୁ ପୁଷ୍ଟିର ମୌଳିକତା, ମାଇକ୍ରୋ ନ୍ୟୁଟ୍ରିଏଣ୍ଟ କାର୍ଯ୍ୟକ୍ରମ, ଓଡ଼ିଶାରେ ଅତିଶୟ ପୁଷ୍ଟିହୀନତା କାର୍ଯ୍ୟକ୍ରମର ବ୍ୟାପକ ସୁବିଧା ଏବଂ ଗୋଷ୍ଠୀ ଭିଭିକ ପରିଚାଳନା, ସାମାଜିକ ଏବଂ ବ୍ୟବହାର ପରିବର୍ତ୍ତନ ନେଇ ତାଲିମ ପ୍ରଦାନ କରାଯାଇଛି।