ଆସ ସ୍କୁଲ ଯିବା ଅଭିଯାନ ଅନ୍ତର୍ଗତ ଫାମ୍ପୁଣୀ କ୍ଲଷ୍ଟର ସ୍ତରୀୟ ଶିକ୍ଷା ସଭା ଆଜି ଦିନ 10ଟାରେ ଆରମ୍ଭ ହୋଇ ଅପରାହ୍ନ 4ଟାରେ ଶେଷ ହୋଇଛି। ଫାମ୍ପୁଣୀ ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ଜ୍ୟୋତିଶଙ୍କର ତ୍ରିପାଠୀଙ୍କ ତତ୍ୱାବଧାନରେ ଏହି ସଭା ସ୍ଥାନୀୟ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଫାମ୍ପୁଣୀ ଠାରେ ଆୟୋଜନ କରାଯାଇଥିଲା। ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ୬ ରୁ ୧୪ ବର୍ଷ ଓ ୧୫ରୁ ୧୮ ବର୍ଷରୁ କମ ବୟସ ମଧ୍ୟରେ ଅଧାରୁ ପାଠ ଛାଡି ଘରେ ରହିଯାଇଥିବା ଛାତ୍ରଛାତ୍ରୀଙ୍କୁ ବିଦ୍ୟାଳୟ ଅଭିମୁଖୀ କରାଇବା ସହ ସେମାନଙ୍କୁ ସମାଜର ମୁଖ୍ୟସ୍ରୋତରେ ସାମିଲ କରିବା l