କୁଚିଣ୍ଡା: ଏକର ପିଛା ୧୯ କ୍ଵିଣ୍ଟାଲ ଧାନ ବିକ୍ରି ଦାବି କରି କୁଚିଣ୍ଡା ଉପ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ କୃଷକ ସଙ୍ଗଠନ ପକ୍ଷରୁ ଦାବିପତ୍ର ପ୍ରଦାନ
ସମ୍ବଲପୁର ଜିଲ୍ଲା କୁଚିଣ୍ଡା ଉପଖଣ୍ଡରେ ଚଳିତ ବର୍ଷ ଭଲ ବର୍ଷା ହୋଇଥିବା ବେଳେ, ଅଧିକ ଅମଳ ନେଇ ଚାଷୀ ଆଶା ରଖିଛନ୍ତି। ଏପରି ପରିସ୍ଥିତିରେ ଧାନମଣ୍ଡି ଖୋଲିବା ଏବଂ ଟୋକନ ଜେନେରେଟ ହେବା ପୂର୍ବରୁ ଚାଷୀ ମାନଙ୍କୁ ଏକର ପ୍ରତି ୧୯ କ୍ଵିଣ୍ଟାଲ ଧାନ ବିକ୍ରି ଅନୁମତି ପାଇଁ ଦାବି କରାଯାଇଛି। ଅନ୍ୟ ପଟେ ସରକାର ପ୍ଲାଷ୍ଟିକ ବସ୍ତା ରେ ଧାନ ବିକ୍ରି ଉପରେ କଟକଣା ଲଗାଇଥିବା ବେଳେ ପ୍ରଶାସନ ପକ୍ଷରୁ ସୁତୁଲି ବସ୍ତା ଯୋଗାଇବା କୁ ମଧ୍ୟ ଦାବି କରାଯାଇଛି। ଉକ୍ତ ଦାବି କୁ ନେଇ ବୁଧବାର ଚାଷୀ ସଙ୍ଗଠନ ର କାର୍ଯ୍ୟକର୍ତ୍ତା ମାନେ ଉପଜିଲ୍ଲାପାଳ ଙ୍କୁ ଭେଟି ଏକ ଦାବିପତ୍ର ପ୍ରଦାନ କରିଛନ୍ତି।