ଝାରସୁଗୁଡା ଜିଲ୍ଲା ଲାଇକେରା ବ୍ଲକ ଲଇକେରା ଗ୍ରାମପଂଚାୟତ କାର୍ଯ୍ୟାଳୟରେ ବ୍ଲକ ସ୍ତରୀୟ ମହିଳା ଅଧିକାର ସାମୁଖ୍ୟ ସମ୍ମିଳନୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି l ଆଜି ପୂର୍ବାହ୍ନ ପ୍ରାୟ ୧୧ ଟା ରୁ ଅପରାହ୍ନ ୪ ଟା ଯାଏଁ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l ଏଥିରେ ଲାଇକେରା ବ୍ଲକ ତଥା ଆଖାପାଖ ଅଂଚଳର ମହିଳା ଏବଂ ବୁଦ୍ଧିଜୀବି ମାନେ ଯୋଗଦେଇଥିଲେ l ସମାଜ ରେ ମହିଳା ଙ୍କ ହକ, ସୁରକ୍ଷା ଏବଂ ସେମାନଙ୍କ ଅଧିକାର ବିଷୟରେ ଏହି କାର୍ଯ୍ୟକ୍ରମ ଜରିଆରେ ଅବଗତ କରାଯିବା ସହ ପୁଙ୍ଖାନୁପୁଙ୍ଖ ଭାବରେ ଆଲୋଚନା କରାଯାଇଥିଲା l