ବାଲଡା ସରପଞ୍ଚଙ୍କ ବିରୁଦ୍ଧରେ ଅନାସ୍ଥା ଆଣିଛନ୍ତି ସ୍ଥାନୀୟ ୮ ୱାର୍ଡ ମେମ୍ବର ସଦସ୍ୟ। ଶୁକ୍ରବାର ସଂନ୍ଧ୍ୟା ୫ଘଣ୍ଟା ସମୟରେ କୋରାପୁଟ ଉପ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଦ୍ବାରସ୍ଥ ହୋଇ ଲିଖିତ ଭାବରେ ଅନାସ୍ଥା ପ୍ରସ୍ତାବ ଦେଇଛନ୍ତି। ସରପଞ୍ଚ ମନମୁଖୀ କାର୍ଯ୍ୟ ଯୋଗୁଁ ସ୍ଥାନୀୟ ଅଞ୍ଚଳର ସୁରକ୍ଷା ବିପଦରେ ରହିଛି ତେଣୁ ତୁରନ୍ତ ସରପଞ୍ଚଙ୍କୁ ପଦବୀରୁ ବହିଷ୍କାର କରିବାକୁ ଦାବି ହୋଇଛି।