କଟକ ପୌରାଞ୍ଚଳ: କଟକ କଲେଜ ଛକରେ ପୁରୁଣା ଗାଡ଼ିରେ ଅଗ୍ନିକାଣ୍ଡ, ଅଳିଆ ଗଦାରୁ ନିଆଁ ବ୍ୟାପିଥିବା ସନ୍ଦେହ
କଟକ କଲେଜ ଛକ ନିକଟରେ ଏକ ପୁରୁଣା ଗାଡ଼ି ଜଳିଯାଇଛି। ପାଖରେ ଥିବା ଅଳିଆ ଗଦାରୁ ନିଆଁ ଲାଗିଥିବା ସନ୍ଦେହ କରାଯାଉଛି। ଖବର ପାଇ ଜୋବ୍ରା, କଟକ ଓ ଚଉଳିଆଗଞ୍ଜ ଅଗ୍ନିଶମ ବାହିନୀ ନିଆଁକୁ ଆୟତ୍ତ କରିଛନ୍ତି। ଏଥିରେ କୌଣସି ଜୀବନହାନି ହୋଇନାହିଁ।